ରାଇବୋଫ୍ଲାଭିନ
Clinical data | |
---|---|
Trade names | many |
Synonyms | vactochrome, lactoflavin, vitamin G[୨] |
AHFS/Drugs.com | monograph |
Pregnancy category | |
Routes of administration | by mouth, IM, IV |
ATC code | |
Legal status | |
Legal status |
|
Pharmacokinetic data | |
Excretion | Urine |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
E number | E101, E101(iii) (colours) |
ECHA InfoCard | 100.001.370 |
Chemical and physical data | |
Formula | C17H20N4O6 |
Molar mass | ୩୭୬.୩୭ g·mol−1 |
3D model (JSmol) | |
| |
|
ରାଇବୋଫ୍ଲାଭିନ (ଇଂରାଜୀ ଭାଷାରେ Riboflavin, ଅନ୍ୟ ନାମ ଭିଟାମିନ ବି୨ ବା ଜୀବସାର ଖ୨/vitamin B2) ଏକ ଭିଟାମିନ ବା ଜୀବସାର ଯାହା ଖାଦ୍ୟରେ ଅଥବା ଖାଦ୍ୟ ଅନୁପୂରକରେ (dietary supplement) ଥାଏ । ରାଇବୋଫ୍ଲାଭିନ ଅଭାବ ଥିଲେ ତାହାର ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ଦିଆଯାଏ ଓ ଅଧକପାଳି ରୋଗର ପ୍ରତିଷେଧ ନିମନ୍ତେ ମଧ୍ୟ ଦିଆଯାଏ । ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ଦେହ ଏହାକୁ ଉତ୍ତମରୂପେ ସହ୍ୟ କରିପାରେ । ସାଧାରଣ ମାତ୍ରାରେ ରାଇବୋଫ୍ଲାଭିନ ଦେଲେ ଗର୍ଭାବସ୍ଥାରେ ନିରାପଦ ରହେ । ଜୀବସାର ଖ ଦଳର ରାଇବୋଫ୍ଲାଭିନ ଏକ ସଦସ୍ୟ । ଜୀବକୋଷ ଶ୍ୱାସକ୍ରିୟା cellular respiration ନିମନ୍ତେ ଏହା ଆବଶ୍ୟକ ହୁଏ ।[୧] ଅଣ୍ଡା, ସବୁଜ ପନିପରିବା green vegetables, ଦୁଧ ଓ ମାଂସରେ ଏହି ଜୀବସାର ଥାଏ । [୩]
ସନ ୧୯୨୦ରେ ରାଇବୋଫ୍ଲାଭିନ ଆବିଷ୍କୃତ ହେବାପରେ ସନ ୧୯୩୩ରେ ପୃଥକ କରାଯାଇଥିଲା ଓ ପ୍ରଥମେ ସନ ୧୯୩୫ରେ ପ୍ରସ୍ତୁତ କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ବିନା ପ୍ରେସକ୍ରିପସନରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଅନୁପୂରକର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ । [୬] କେତେକ ଦେଶରେ ଶସ୍ୟରେ ଏହାକୁ ଯୋଗ କରାଯାଇଥାଏ ।[୩][୭]
ଆଧାର
- ↑ ୧.୦ ୧.୧ ୧.୨ "riboflavin". The American Society of Health-System Pharmacists. Retrieved 8 December 2016.
- ↑ Board, NIIR (2012). The Complete Technology Book on Dairy & Poultry Industries With Farming and Processing (2nd Revised Edition) (in ଇଂରାଜୀ). Niir Project Consultancy Services. p. 412. ISBN 9789381039083.
- ↑ ୩.୦ ୩.୧ "Office of Dietary Supplements - Riboflavin". ods.od.nih.gov. 11 February 2016. Retrieved 30 December 2016.
- ↑ Squires, Victor R. (2011). The Role of Food, Agriculture, Forestry and Fisheries in Human Nutrition - Volume IV (in ଇଂରାଜୀ). EOLSS Publications. p. 121. ISBN 9781848261952.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 230. ISBN 9781284057560.
- ↑ "Why fortify?". Food Fortification Initiative. 2017. Archived from the original on 4 April 2017. Retrieved 4 April 2017.