Jump to content

ମନୋରଞ୍ଜନ ଦାସ

ଉଇକିପିଡ଼ିଆ‌ରୁ
ମନୋରଞ୍ଜନ ଦାସ
ଜନ୍ମ ଓ ଜନ୍ମସ୍ଥାନ(1923-03-10)୧୦ ମାର୍ଚ୍ଚ ୧୯୨୩
ଝରକୋଟା ପାଟଣା, ବୟାଳିଶ ମୌଜା, କଟକ ଜିଲ୍ଲା
ମୃତ୍ୟୁ୧୭ ଫେବୃଆରୀ ୨୦୧୩(2013-02-17) (ବୟସ ୮୯)
କଟକ
ବୃତ୍ତିନାଟ୍ୟକାର
ଭାଷାଓଡ଼ିଆ ଭାଷା
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ (ଆଇନ‌)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବିଷୟନାଟକ, ଗପ, ଏକାଙ୍କିକା
ପୁରସ୍କାରପଦ୍ମଶ୍ରୀ
ସନ୍ତାନପୂଣ୍ୟଶ୍ଳୋକ ଦାସ

ମନୋରଞ୍ଜନ ଦାସ (୧୦ ମାର୍ଚ୍ଚ ୧୯୨୩ - ୧୭ ଫେବୃଆରୀ ୨୦୧୩)[]ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।[]

ଜୀବନ କାଳ

[ସମ୍ପାଦନା]

ମନୋରଞ୍ଜନ ଦାସ, ୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲା ଦିନରୁ ନାଟକ ପ୍ରତି ତାଙ୍କର ଆଗ୍ରହ ରହିଥିଲା ଏବଂ ସ୍କୁଲ ସମୟରୁ ହିଁ, ନିଜ ଅଭିନୟ ପ୍ରତିଭା ପାଇଁ ପ୍ରଶଂସିତ ହୋଇଆସିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ସେ ବିଶ୍ୱସ୍ଥରୀୟ ନାଟ୍ୟଶାସ୍ତ୍ର ସହ ପରିଚିତ ହୋଇଥିଲେ । ଏହି ସମୟରେ ସେ, ନିଜ ଗୁରୁ ପି. ଏସ୍. ସୁନ୍ଦରମ୍ ଓ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ନିଜ ବନ୍ଧୁମାନଙ୍କୁ ନେଇ ସୃଜନୀ ନାମରେ ଏକ ଥିଏଟର ଗୋଷ୍ଠି ତିଆରି କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ, ତାଙ୍କ ନାଟ୍ୟ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ଓ ଭାରତ ସ୍ୱାଧୀନତାର ଠିକ ତିନି ଦିନ ଆଗରୁ ତାଙ୍କ ନାଟକ 'ଅଗଷ୍ଟ ନଅ'ର ପ୍ରଦର୍ଶିତ ହୋଇ ଖୁବ ଲୋକପ୍ରିୟ ହୋଇଥିଲା । []

ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି, ମନୋରଞ୍ଜନ ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।[] ପରବର୍ତ୍ତୀ ସମୟରେ, ସେ ଆକାଶ ବାଣୀର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଆକାଶ ବାଣୀ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ବ୍ୟତିତ ସେ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜର ମହାସଚିବ ତଥା କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ଆକାଶବାଣୀ କଟକର ପ୍ରଡ୍ୟୁସର ଏମିରେଟସ ଭାବରେ ସେ ଓଡ଼ିଆ ବେତାର ନାଟକକୁ ନୂତନ ଦିଗଦର୍ଶନ ଦେଇଥିଲେ ।

୨୦୧୩ ମସିହା, ଫେବୃଆରୀ ମାସ ୧୭ ତାରିଖ ରାତି ୧୧ଟା ୪୫ ମିନିଟ୍ ସମୟରେ, କଟକର କଲେଜ ଛକ ନିକଟସ୍ଥ ବର୍ଦ୍ଧମାନ କମ୍ପେକ୍ସସ୍ଥିତ ନିଜ ବାସଭବରେ ମନୋରଞ୍ଜନ ବାବୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।[] ତାଙ୍କ ଆତ୍ମଜୀବନୀ, 'ସ୍ମୃତି ସଂଳାପ', ଓଡ଼ିଆ ବ୍ୟତିତ ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ହୋଇ ଖୁବ ଲୋକପ୍ରିୟ ହୋଇପାରିଛି । []

ଆକାଶବାଣୀ ସମ୍ବାଦ ପରିବେଷଣ

[ସମ୍ପାଦନା]

ମନୋରଞ୍ଜନ ଦାସ ୧୯୪୮ ମସିହା ଜାନୁୟାରୀ ମାସରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରେ ସମ୍ବାଦ ବିଭାଗରେ ସହ ସମ୍ପାଦକ ଭାବରେ ଚାକିରୀରେ ଯୋଗଦାନ କରିଥିଲେ । ୨୮-୧-୧୯୪୮ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରର ସ୍ଥାପନା ହୋଇ ପ୍ରଥମ ପ୍ରସାରଣ ହୋଇଥିଲା ଏବଂ ସେହି ଦିନ ସଂଧ୍ୟା ୭-୧୫ରେ ଦିଲ୍ଲୀ ଆକାଶବାଣୀରୁ ପ୍ରଥମ ଓଡ଼ିଆ ଖବର ବୁଲେଟିନ ପ୍ରସାରିତ ହୋଇଥିଲା ଯାହାକି କଟକ ଆକାଶବାଣୀଦ୍ୱାରା ରିଲେ କରି ପ୍ରଚାର କରାଯାଇଥିଲା । ସେହି ପ୍ରଥମ ଦିଲ୍ଲୀ କେନ୍ଦ୍ରର ଓଡ଼ିଆ ଖବର ପଢ଼ିଥିଲେ ମନୋରଞ୍ଜନ ଦାସ [] । ତାର ମାତ୍ର ଦୁଇଦିନ ପରେ ତାଙ୍କୁ ଆକାଶବାଣୀରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ବିୟୋଗ ଖବର ଶୁଣାଇବାକୁ ପଡିଥିଲା । ସେତେବେଳେ ସେ ଥିଲେ ଦିଳ୍ଳୀ ଆକାଶବାଣୀର ପ୍ରଥମ ଓ ଏକ ମାତ୍ର ଓଡ଼ିଆ କର୍ମଚାରୀ । ମାତ୍ର ଉପରିସ୍ଥ ଅଧୀକାରୀଙ୍କ ଚକ୍ରାନ୍ତ ହେତୁ ସେ ବହୁତ ଶୀଘ୍ର ସେଠାରୁ ଇସ୍ତଫା ଦେଇ ଓଡ଼ିଶା ଚାଲି ଆସିଥିଲେ ।

ପରେ ୧୯୫୮ ମସିହାରେ ଯେତେବେଳେ କଟକ ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପ୍ରସାରଣ ଆରମ୍ଭ ହେଲା, ସେତେବେଳେ ସେ ସେଠାରେ ସହ ସମ୍ପାଦକ ଭାବରେ ଯୋଗ ଦାନ କରିଥିଲେ[] । ଏହି ବିଭାଗରେ ସେ ୧୯୬୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ କଟକ ଆକାଶବାଣୀର ଡ୍ରାମା ବିଭାଗକୁ ସ୍ଥାନାନ୍ତର ହୋଇଥିଲେ ।

ରଚନାବଳୀ

[ସମ୍ପାଦନା]

ମନୋରଞ୍ଜନ ଦାସ ଓଡ଼ିଆ ନାଟକରେ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ତାଙ୍କ ନାଟକରେ ଆଧୁନିକ ସମାଜିକ ଓ ରାଜନୈତିକ ବାସ୍ତବତାର ଦୃଶ୍ୟ ଦେଖିବାକୁ ମିଳେ । ଓଡ଼ିଆରେ ଉଦ୍ଭଟ ନାଟକ (Absurd Drama) ଲେଖିବାର ପରମ୍ପରା ସେ ଆରମ୍ଭ କରିଥିଲେ । ତାଙ୍କ ଉଲ୍ଲେଖଯୋଗ୍ୟ କୃତୀ ମଧ୍ୟରେ କାଠଘୋଡ଼ା ଓ ଅରଣ୍ୟ ଫସଲ ଅନ୍ୟତମ । ଅରଣ୍ୟ ଫସଲ ନାଟକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇଥିଲେ ।

  • ଜନ୍ମ ମାଟି (୧୯୪୩)[]
  • ଯୌବନ (୧୯୪୫)
  • ଅଗଷ୍ଟ ନଅ (୧୯୪୭)[୧୦]
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
  • ବକ୍ସି ଜଗବନ୍ଧୁ (୧୯୪୮)
  • ଆଗାମୀ (୧୯୫୦)
  • ଅବରୋଧ (୧୯୫୧)
  • ମହାସମୁଦ୍ର
  • ସାଗର ମନ୍ଥନ (୧୯୬୪)
  • ବନହଂସୀ (୧୯୬୯)
  • ଅରଣ୍ୟ ଫସଲ (୧୯୭୦), ଅସମୀୟା ଭାଷାକୁ ଅନୁବାଦିତ [୧୧]
  • କାଠ ଘୋଡ଼ା (୧୯୭୩)
  • ଅମୃତସ୍ୟ ପୁତ୍ର (୧୯୭୨)
  • ଉର୍ମୀ (୧୯୭୪)
  • ଶବ୍ଦଲିପି (୧୯୭୬)
  • ନନ୍ଦିକାକେଶରୀ (୧୯୮୫), ଇଂରାଜୀ ଭାଷାକୁ ଅନୁବାଦିତ [୧୨]
  • ଛୋଟ ନାଟକ

ଅନ୍ୟ ଭାଷାରେ ଅନୁଦିତ ନାଟକ

[ସମ୍ପାଦନା]
  • ଅରଣ୍ୟ ଫସଲ - The Wild Harvest:- [୧୩] - ପ୍ରକାଶକ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ କଲିକତା- ୧୯୭୯, ପରବର୍ତ୍ତୀ ପ୍ରକାଶକ - ସାହିତ୍ୟ ଏକାଡଏମୀ - ୧୯୯୩ [୧୪]

[୧୫]

  • କାଠ ଘୋଡ଼ା - "The Wooden Horse"- ଅନୁବାଦକ - ପ୍ରଫୁଲ୍ଲ ମହାଂତି , ୧୯୮୨[୧୬], [୧୭]
  • ଶବ୍ଦ ଲିପି - "A Game of Words"[୧୮][୧୯]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "SRJAN, Guru Kelucharan Mohapatra Odissi Nrityabasa". srjan.com. Archived from the original on 22 March 2014. Retrieved 7 January 2013. Manoranjan Das was born on March 10, 1923.
  2. Amar Nath Prasad; Ajay Kumar Srivastava (1 January 2007). Indian Literature in English: Critical Assessments. Sarup & Sons. pp. 230–. ISBN 978-81-7625-765-7. Retrieved 19 February 2013.
  3. K. Satchidanandan (1 January 2006). Authors Speak. Sahitya Akademi. pp. 13–. ISBN 978-81-260-1945-8. Retrieved 19 February 2013.
  4. http://timesofindia.indiatimes.com/city/bhubaneswar/Playwright-Manoranjan-Das-dead/articleshow/18568328.cms
  5. http://newindianexpress.com/states/odisha/article1470171.ece[permanent dead link]
  6. Manoranjan Das (1 January 2002). A Dialogue with Memory. National Book Trust, India. ISBN 978-81-237-3938-0. Retrieved 19 February 2013.
  7. MANORANJAN DAS, Translated by Arun Kumar Mohanty & Jatindra Kumar Nayak (2002). A Dialogue with Memory (Reprint 2014 ed.). Delhi: National Book Trust India. p. 97. ISBN 978-81-237-3938-0.
  8. MANORANJAN DAS, Translated by Arun Kumar Mohanty & Jatindra Kumar Nayak (2002). A Dialogue with Memory (Reprint 2014 ed.). Delhi: National Book Trust India. p. ୧୮୧. ISBN 978-81-237-3938-0.
  9. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1094–. ISBN 978-81-260-1194-0. Retrieved 19 February 2013.
  10. Manoranjan Das; Aruṇa Kumāra Mahānti; J. K. Nayak (1998). August Na. Sahitya Akademi. pp. 6–. ISBN 978-81-260-0484-3. Retrieved 19 February 2013.
  11. "ASSAMESE" (PDF). Sahitya Akademi. Retrieved 19 December 2015.
  12. Das, Shruti. "Manoranjan Das' 'Nandika Kesari'". Muse India. Archived from the original on 4 May 2014. Retrieved 19 December 2015.
  13. "The Wild Harvest". Sahitya Akademi.
  14. Das, Manoranjan (1993). The Wild Havest. New Delhi: Sahitya Akademi. ISBN 9788172014360.
  15. "Meet The Author - Manoranan Das" (PDF). Sahitya Akademi. Sahitya Akademi. Retrieved 13 November 2016.
  16. "The wooden horse : drama / Manoranjan Das ; translated from original Oriya by Praphulla Kumar Mohanty". Retrieved 13 November 2016.
  17. The Wooden Horse. BHUBANESWAR: BOOKLAND INTERNATIONAL. 1997.
  18. A GAME OF WORDS. BHUBANESWAR: PRACHI PRAKASHANA. 1997.
  19. A DIALOGUE WITH MEMORY. NATIONAL BOOK TRUST OF INDIA.
  20. ସମ୍ବାଦ ୧୯/୦୨/୨୦୧୩