Jump to content

ଲବଙ୍ଗଲତା ଦେବୀ

ଉଇକିପିଡ଼ିଆ‌ରୁ
ଲବଙ୍ଗଲତା ଦେବୀ
ଜନ୍ମ୧୯୧୩
ହଳଦୀବସନ୍ତ, ବରୀ, ଯାଜପୁର, ଓଡ଼ିଶା, ଭାରତ
ମୃତ୍ୟୁ୨୭ ଜୁଲାଇ ୧୯୯୮(1998-07-27) (ବୟସ ୮୪–୮୫)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନପ୍ରୟାଗ ବିଶ୍ୱବିଦ୍ୟାଳୟ
ଉଲ୍ଲେଖନୀୟ କୃତିଦୁଇ ସେର ଧାନ
ବୈବାହିକ-ସାଥୀରାଜେନ୍ଦ୍ର ବର୍ମା
ପିତାମାତାମନମୋହନ ଜେନା (ପିତା), ସୁଲୋଚନା ଦେବୀ (ମାତା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା

ଲବଙ୍ଗଲତା ଦେବୀ (୧୯୧୩-୨୭ ଜୁଲାଇ ୧୯୯୮) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା ଥିଲେ । ତାଙ୍କର ଅନୁବାଦ କୃତି ଦୁଇ ସେର ଧାନ ପାଇଁ ୧୯୭୮ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ବାଲ୍ୟ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଲବଙ୍ଗଲତାଙ୍କ ଜନ୍ମ ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ । ତାଙ୍କ ପିତାଙ୍କ ନାମ ହେଲା ମନମୋହନ ଜେନା ଓ ମାତା ହେଲେ ସୁଲୋଚନା ଦେବୀ । ପିଲାଦିନୁ ସେ କୁସୁପୁରରେ ଅଜା ନନ୍ଦକିଶୋର ଜେନାଙ୍କ ଘରେ ପ୍ରତିପାଳିତ ହୋଇଥିଲେ । କୁସୁପର ବିଦ୍ୟାଳୟରେ ଶିକ୍ଷାର୍ଜନ କରି ସେ ସରକାରୀ ବୃତ୍ତିରେ ଏଲାହାବାଦସ୍ଥିତ ପ୍ରୟାଗ ବିଶ୍ୱବିଦ୍ୟାଳୟ ଉଚ୍ଚ ଶିକ୍ଷା ଲାଭ କରିବାକୁ ଯାଇଥିଲେ । ସେଠାରେ ସେ ହିନ୍ଦୀରେ 'ବିଦୂଷୀ' ଉପାଧି ଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇଥିଲେ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ଯୋଗୁଁ ସେଥିରୁ ସେ ବଞ୍ଚିତ ହୋଇଥିଲେ ।[]

ବୃତ୍ତିଗତ ଜୀବନ

[ସମ୍ପାଦନା]

୧୯୩୮ରେ ମାମୁଁ ବିମ୍ବାଧର ବର୍ମା ଲବଙ୍ଗଲତାଙ୍କୁ କୁସୁପୁରର ସମାଜସେବୀ ନିଶାକର ଜେନାଙ୍କ ପୁତ୍ର ତଥା ସ୍ୱାଧିନତା ସଂଗ୍ରାମୀ ଓ ସୁସାହିତ୍ୟିକ ରାଜେନ୍ଦ୍ର ବର୍ମାଙ୍କ ସହ ବିବାହ କରାଇଦେଲେ । ତେବେ ସ୍ୱାଧିନତା ସଙ୍ଗ୍ରାମରେ ସ୍ୱାମୀଙ୍କ କାରାବରଣ ଯୋଗୁଁ ଚମ୍ପତିମୁଣ୍ଡା ଓ ବାବାସାଗର ବିଦ୍ୟାଳୟରେ ଶିକ୍ଷକତା କଲେ । ସେ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ଗୋପନରେ ସାହାଯ୍ୟ କରିବା ସହ ନାରୀ ଜାଗରଣ ଓ ନାରୀ ସ୍ୱାଧିନତା ପାଇଁ ଉଦ୍ୟମ କରିଥିଲେ । ସେ ପରଦା ପ୍ରଥାର ବିରୋଧି ଥିଲେ । ଲବଙ୍ଗଲତା କୁସୁପୁର ମହିଳା ସମିତିର ସମ୍ପାଦକ ଓ ନନ୍ଦ କିଶୋର ବଳଙ୍କ ପତ୍ନୀ କୋକିଳା ଦେବୀ ସଭାପତି ଥିଲେ ।[]

ରଚନାବଳୀ

[ସମ୍ପାଦନା]

ଲହଙ୍ଗଲତାଙ୍କ ୩୦ରୁ ଉର୍ଦ୍ଧ୍ୱ ଗ୍ରନ୍ଥ ପ୍ରକାଶିତ । ସେ ଅନେକ କୃତି ହିନ୍ଦୀରୁ ଅନୁବାଦ କରିବା ସହ ଶିଶୁସାହିତ୍ୟ ଲେଖିଥିଲେ । ସାହିତ୍ୟକୃତି ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୭୮ରେ ସମ୍ମାନୀତ କରିଥିଲା । ସେ ଜଣେ ସଂଗୀତଶିଳ୍ପୀ ଓ ଅଭିନେତ୍ରୀ ଥିଲେ । କବି ଜ୍ଞାନୀନ୍ଦ୍ର ବର୍ମା ତାଙ୍କ ଦିଅର ଥିଲେ । ସାମ୍ବାଦିକ ଶୁଭନ୍ଦୁ ବର୍ମା ହେଲେ ତାଙ୍କ ପୁଅ ।

  • ହସ ହସ ମୋର ପ୍ରିୟ (୧୯୪୮)
  • ସ୍ୱପ୍ନର ସୁରଭି (୧୯୬୮)
  • ମନର ମଣିଷ (ଉପନ୍ୟାସ)[]
  • ଦୁଇ ସେର ଧାନ
  • ନାରୀ ପ୍ରତିଭା
  • ବିଦୂଷୀ ନାରୀ
  • ବଡ଼ଲୋକଙ୍କ ମା
  • ପତନ ଓ ଅଭ୍ୟୁଦୟ
  • ଋଷିପତ୍ନୀ
  • ଗଳ୍ପ ଚୟନ
  • ବୀରାଙ୍ଗନା
  • ସଞ୍ଚୟିତା
  • କାଦମ୍ବରୀ (ଅନୁବାଦ)
  • ରଘୁବଂଶ (ଅନୁବାଦ)
  • ଦୁର୍ଗାଚରିତ (ଅନୁବାଦ)

ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ (ଦୁଇସେର ଧାନ ପାଇଁ)
  • ନୀଳଶୈଳ ସମ୍ମାନ
  • ସ୍ୱାଗତିକା ସମ୍ମାନ
  • ଯଦୁମଣି ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନୀତ
  • କାଳିକଲମ ପକ୍ଷରୁ ଶିଶୁସାହିତ୍ୟ ପାଇଁ ସମ୍ମାନୀତ
  1. http://odishasahityaakademi.org/English/ovation2.php
  2. ଭୂୟାଁ, କୃଷ୍ଣଚନ୍ଦ୍ର (୨୦୦୯). ଓଡ଼ିଶାର ମହୀୟସୀ ମହିଳା. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. pp. ୧୭୩. ISBN 81-7586-191-6.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୫୨୯.
  4. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୪୬୮. ISBN 81-7400-331-2.


ଅଧିକ ତଥ୍ୟ

[ସମ୍ପାଦନା]