Jump to content

କୈଳାଶ ଲେଙ୍କା

ଉଇକିପିଡ଼ିଆ‌ରୁ
କୈଳାଶ ଲେଙ୍କା
ଜନ୍ମ(1936-09-17)୧୭ ସେପ୍ଟେମ୍ବର ୧୯୩୬
ସାଲେପୁର, ମୁକୁନ୍ଦପୁର, କଟକ, ଓଡ଼ିଶା
ମୃତ୍ୟୁ୨ ଡିସେମ୍ବର ୨୦୦୩(2003-12-02) (ବୟସ ୬୭)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଆଇନଜୀବୀ, କବି, ଗାଳ୍ପିକ
ଉଲ୍ଲେଖନୀୟ କୃତିଶକୁନି (କାବ୍ୟ)
ବୈବାହିକ-ସାଥୀସୁନୀତି ଲେଙ୍କା
ସନ୍ତାନସ୍ୱପ୍ନଜିତ୍, ଶୁଭ୍ରଜିତ୍, ଜୟଜିତ୍ ଓ ସୌରଜିତ୍‌ (ପୁତ୍ର)
ପ୍ରଜ୍ଞା ପାରମିତା, ଉପାଳୀ ଅପରାଜିତା (କନ୍ୟା)
ପିତାମାତାଅନ୍ନପୂର୍ଣ୍ଣା ଲେଙ୍କା (ମାତା)
ଗୋପବନ୍ଧୁ ଲେଙ୍କା (ପିତା)

କୈଳାଶ ଲେଙ୍କା (୧୭ ସେପ୍ଟେମ୍ବର ୧୯୩୭–୨ ଡିସେମ୍ବର ୨୦୦୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ, ସାହିତ୍ୟ ସଂଗଠକ ଓ ଓକିଲ ଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ । ସେ ଟାଙ୍ଗୀ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀରୁ ୧୯୭୧ ସାଧାରଣ ନିର୍ବାଚନରେ କାହ୍ନୁ ଚରଣ ଲେଙ୍କାବିଜୁ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ । ୬୦-୭୦ ଦଶକରେ -ଞ୍ଜ-ଌ ପ୍ରକାଶନରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏହା ବ୍ୟତୀତ ସେ ବିନ୍ଦୁ ବିସର୍ଗ ପତ୍ରିକା ପ୍ରକାଶ କରିଥିଲେ । ପୁରୀରୁ ଆରମ୍ଭ ଅନାମ ଅନ୍ଦୋଳନର ସେ ଯୋଗଦେଇଥିଲେ ।

ଜୀବନୀ

[ସମ୍ପାଦନା]

କୈଳାଶ ଲେଙ୍କା ୧୯୩୬ ମସିହାରେ କଟକ ଜିଲ୍ଲାର ମୁକୁନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋପବନ୍ଧୁ ଲେଙ୍କା ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ଲେଙ୍କା ଥିଲା । ସେ ୧୯୫୪ରେ କଟକ ଜିଲ୍ଲାର ଟାଙ୍ଗୀ ବିଦ୍ୟାପୀଠରୁ ମାଟ୍ରିକ୍, ୧୯୫୮ରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ପଢ଼ିଥିଲେ । ଛାତ୍ରାବସ୍ଥାରୁ ସେ ସାହିତ୍ୟ, ରାଜନୀତି ଓ ସମାଜସେବାରେ ସକ୍ରିୟ ଭାବେ ଜଡ଼ିତ ଥିଲେ । ୧୯୫୬ରେ ରେଭେନ୍ସାର ଦିବାଧ୍ୟାୟୀ ଛାତ୍ର ସଂସଦର ସମ୍ପାଦକ, ୧୯୫୭ରେ କଟକରେ ରବିବାସରୀୟ ସାହିତ୍ୟ ସଂସଦର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ, ୧୯୬୪ରେ ଓଡ଼ିଆ ଯୁବ ଲେଖକ ସମ୍ମେଳନ ସଭାପତି ଥିଲେ । ୧୯୬୦ ମସିହାରେ କଲିକତା ପ୍ରେସିଡେନ୍ସି କଲେଜରୁ ଆଧୁନିକ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୬୫ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ପଢ଼ିଥିଲେ । ସେତେବେଳେ ସେ ସେଠାକାର ସିନେଟ ଓ ଏକାଡେମିକ କାଉନସିଲର ସଦସ୍ୟ ଥିଲେ । ଉଚ୍ଚଶିକ୍ଷା ପରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ପ୍ରଥମ ପୁଷ୍ପ (୧୯୫୮, ଗଳ୍ପ)
  • ନେତା ଓ ନେତୃତ୍ୱ (୧୯୮୦)
  • ରାଜନୈତିକ ରଣସଜ୍ଜା (୧୯୮୦)
  • ଶ୍ରୀକ୍ଷେତ୍ର (୧୯୮୭, କବିତା)
  • ଶକୁନି (୧୯୮୭, ପ୍ରତୀକାତ୍ମକ କାବ୍ୟ)
  • କୈଳାଶ ଲେଙ୍କାଙ୍କ କବିତା (୨୦୦୪, ମୃତ୍ୟୁ ପରେ ପ୍ରକାଶିତ)
  • କେତେ ରାସ୍ତା ଆନନ୍ଦ ମଠକୁ (କବିତା)[])
  • ଓଲଟ ବୃକ୍ଷ (ଗଳ୍ପ)[])
  • କାଠ ବେଙ୍ଗ କାଠର ବେଙ୍ଗୁଲୀ (ଗଳ୍ପ)[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ମାତୃଭୂମି ସାହିତ୍ୟ ସମ୍ମାନ[]
  • କବି ଜ୍ଞାନୀନ୍ଦ୍ର ବର୍ମା ସମ୍ମାନ
  • ଗୋକର୍ଣ୍ଣିକା ସମ୍ମାନ
  • ଚଲାପଥ ସମ୍ମାନ
  • ଆଗାମୀ ଶତାବ୍ଦୀର ସାରସ୍ୱତ ସମ୍ମାନ[]
  1. Justice Harihar Mahapatra (15 February 2011). My Life, My Work. Allied Publishers. pp. 202–. ISBN 978-81-8424-640-7.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୨୫୫. ISBN 81-903352-1-9.
  3. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୧୯, ୬୭୮. ISBN 81-7400-331-2.
  4. "1998 MAIN ENTRIES" (PDF). odishaculture.gov.in. Odisha Govt. Culture Dept. Archived from the original (PDF) on 1 June 2020. Retrieved 1 June 2020.
  5. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 670–. ISBN 978-81-260-0873-5.
  6. ଲେଙ୍କା, କୈଳାଶ (୨୦୦୪). କୈଳାଶ ଲେଙ୍କାଙ୍କ ନିର୍ବାଚିତ କବିତା. ଭୁବନେଶ୍ୱର. pp. ଶେଷ ପୃଷ୍ଠା.{{cite book}}: CS1 maint: location missing publisher (link)